ଦେଶରେ ୨୪ ଘଂଟାରେ ୨୪,୭୭୯ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୨୯୬ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଲାଇ ୯: ଦେଶରେ ଗୋଟିଏ ଦିନରେ ୨୪,୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୬୭,୨୯୬ କୁ ବୃଦ୍ଧି ପାଇଛି I
ଅନ୍ୟପକ୍ଷରେ, ଏ ପର୍ଯ୍ୟନ୍ତ ଦେଶରେ ସୁସ୍ଥ ହେଇସାରିଛନ୍ତି ୪, ୭୬,୩୭୭ ଜଣ କରୋନା ଆକ୍ରାନ୍ତ ଏବଂ ଏବେ ୨,୬୯,୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ, ମୃତ୍ୟୁବରଣ କରିଛନ୍ତି ୪୮୭ ଜଣ I ମୋଟ ମୃତ୍ୟୁ ସଂଖ୍ୟା ୨୧,୧୨୯ କୁ ବୃଦ୍ଧି ପାଇଛି I
ମହାରାଷ୍ଟ୍ର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୨୩, ୭୨୪ କୁ ପହଂଚିଥିବାବେଳେ, ତାମିଲନାଡୁରେ ୧,୨୨,୩୫୦, ଦିଲ୍ଲୀ ରେ ୧,୦୪,୮୬୪, ଗୁଜରାଟ ରେ ୩୮,୩୩୩, ଉତ୍ତର ପ୍ରଦେଶ ରେ ୩୧, ୧୫୬, ତେଲେଙ୍ଗାନା ରେ ୨୯,୫୩୬ ଏବଂ କର୍ଣ୍ଣାଟକ ରେ ୨୮,୮୭୭ ଆକ୍ରାନ୍ତ ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ୯,୪୪୮ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ, ଦିଲ୍ଲୀରେ ୩,୨୧୩, ତାମିଲନାଡୁ ରେ ୧,୭୦୦, ଗୁଜରାଟ ରେ ୧,୯୯୩, ଉତ୍ତର ପ୍ରଦେଶ ରେ ୮୪୫, କର୍ଣ୍ଣାଟକ ରେ ୪୭୦ ଏବଂ ତେଲେଙ୍ଗାନା ରେ ୩୨୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I

Leave A Reply

Your email address will not be published.