ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୮୩ ହଜାର ୮୮୩ ଟି କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୦୩: ଦେଶରେ ୨୪ ଘଂଟାରେ ୮୩ ହଜାର ୮୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ଏହାକୁ ମିଶାଇ, ଭାରତରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୩୮ ଲକ୍ଷ ୫୩ ହଜାର ୪୦୬ କୁ ବୃଦ୍ଧି ପାଇଛି I
୨୪ ଘଂଟାରେ ୧୦୪୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୭ ହଜାର ୩୭୬ ରେ ପହଂଚିଛି I ମୃତ୍ୟୁ ହାର ଧୀରେ ଧୀରେ କମିବାରେ ଲାଗିଛି I
ସେହିପରି, ଗୋଟିଏ ଦିନରେ ସୁସ୍ଥ ହେଇଛନ୍ତି ୬୮ ହଜାର ୫୮୪ ଜଣ କରୋନା ରୋଗୀ ଏବଂ ସୁସ୍ଥ ହେଇଥିବା ରୋଗୀଙ୍କ ମୋଟ ସଂଖ୍ୟା ୨୯ ଲକ୍ଷ ୭୦ ହଜାର ୪୯୨ କୁ ବୃଦ୍ଧି ପାଇଛି I ସୁସ୍ଥତା ହାର ୭୭.୦୯ ପ୍ରତିଶତ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଏବେ ୮ ଲକ୍ଷ ୧୫ ହଜାର ୫୩୮ ଜଣ ଚିକିତ୍ସାଧୀନ ଅଛନ୍ତି I

The stimulants all work in the brain to decrease appetite. cialis south africa price All weight loss medications work best in the context of a healthy eating plan and exercise.

Comments are closed.