ଦେଶରେ ହ୍ରାସ ପାଉଛି କରୋନା

ଭୁବନେଶ୍ୱର: ଜୁଲାଇ୨୯: ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୭୨୮୭୯୫ ଜଣଙ୍କ ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୩୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୩୮୪୬୫ । କରୋନାରୁ ଏଯାଏଁ ଦେଶରେ ୩୦୭୦୧୬୧୨ ସୁସ୍ଥ ହେଲେଣି । ଦେଶରେ ସୁସ୍ଥତା ହାର ବୃଦ୍ଧି ପାଉଛି, ଯାହାକି ବର୍ତ୍ତମାନ ୯୭.୩୮ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭିଟି ହାର ୨.୩୮ ପ୍ରତିଶତ ରହିଥିବାବେଳେ ଦୈନିକ ପଜିଟିଭିଟି ହାର ୨.୫୨ ପ୍ରତିଶତ ରହିଛି । ଆଜି ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୦୩୮୪୦ । ଦେଶରେ ଗତ ୨୪ ଘଣ୍ଟାରେ କରୋନାଜନିତ ମୃତୁ୍ୟ ହୋଇଛି ୬୪୦ ରହିଛି । ଏପର୍ଯ୍ୟନ୍ତ ଦେଶରେ କରୋନାଜନିତ ମୃତୁ୍ୟ ହେଲାଣି ୪୨୨୬୬୨ ।
ଦେଶରେ କରୋନାର ପ୍ରଭାବ ଧିରେ ଧିରେ ତଳମୁହାଁ ହେଉଥିବାବେଳେ କିନ୍ତୁ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟାର ପ୍ରାୟ ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହେଉଛନ୍ତି କେରଳରୁ । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ଲକ୍ଷରୁ ଉର୍ଦ୍ଧ୍ୱ ରହିଛ, ଯାହାକିି ଚିନ୍ତାଜନକ । ସେଥିଲାଗି କେନ୍ଦ୍ର ସରକାର ଛଅଜଣ ସଦସ୍ୟଙ୍କୁ ନେଇ ଗଠିତ ଏକ ଦଳ କେରଳ ପଠାଇଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଲାଗି ଚାଲିଥିବା ବିଭିନ୍ନ କାର୍ଯ୍ୟରେ ସହାୟତା କରିବା ପାଇଁ ।

Comments are closed.