ଦେଶରେ ହ୍ରାସ ପାଉଛି କରୋନା ପ୍ରକୋପ

ଭୁବନେଶ୍ୱର: ଅଗଷ୍ଟ ୧୭ : ଦେଶରେ କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କରୋନାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି, ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର କଥା । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୫୧ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୬, ୮୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ସହ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୧୪ ଲକ୍ଷ ୪୮ ହଜାର ୭୫୪ ଜଣ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ଦେଶରେ ୨୫,୧୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୯ ହଜାର ୮୪୬ ରହିଛି ।
ଏହାସହ ଦେଶରେ ୪୩୭ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୨ ହଜାର ୭୯ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୬୧ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୫୫ କୋଟି ୪୭ ଲକ୍ଷ ୩୦ ହଜାର ୬୦୯ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.