ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ଟପିଲା; ୨୪ ଘଂଟାରେ ରେ ୭୫ ହଜାର ୭୬୦ ଟି ନୂଆ କେଶ

ଭୁବନେଶ୍ୱର: ଅଗଷ୍ଟ ୨୭: ଭାରତରେ ଗୋଟିଏ ଦିନରେ ୭୫ ହଜାର ୭୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୪ କୁ ବୃଦ୍ଧି ପାଇଛି I
ସେହିପରି ୨୪ ଘଂଟାରେ ୧୦୨୩ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇ ୬୦ ହଜାର ୪୭୨ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୨୪ ଘଂଟାରେ ୫୬ ହଜାର ୧୩ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ଏଥିସହିତ ଏ ପର୍ଯ୍ୟନ୍ତ ମୋଟ ୨୫ ଲକ୍ଷ ୨୩ ହଜାର ୭୭୧ ଜଣ ସୁସ୍ଥ ହେଇସାରିଲେଣି I ଦେଶରେ ସୁସ୍ଥତା ହାର ମଧ୍ୟ ଶତକଡା ୭୬.୨୪ ରେ ପହଂଚିଛି I
ଏବେ ୭ ଲକ୍ଷ ୨୫ ହଜାର ୯୯୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.