ଦେଶରେ ଦିନକରେ ୪୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ,୫୩୩ ଜଣଙ୍କର ମୃତୁ୍ୟ

ଭୁବନେଶ୍ୱର: ଅଗଷ୍ଟ ୫: ଲଗାତାର କିଛି ଦିନ ହେବ ଦେଶରେ ଦୈନିକ କରୋନା ସଂକ୍ରମଣଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୯୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ୫୩୩ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୬ ହଜାର ୨୯୦ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟାରେ ଦେଶରେ ୪୧,୭୨୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୩୭ ପ୍ରତିଶତ ରହିିଛି । ବର୍ତ୍ତମାନ ଦେଶରେ ୪ଲକ୍ଷ ୧୧ ହଜାର ୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୩୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୫୮ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ ୪୮ କୋଟି ୯୩ ଲକ୍ଷ ୪୨ ହଜାର ୨୯୫ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.