ଦେଶରେ ଦିନକରେ ୪୨,୯୦୯ କରୋନା ସଂକ୍ରମିତ ଓ ୩୪,୭୬୩ ସୁସ୍ଥ

0

ଦିଲ୍ଲୀ: ଅଗଷ୍ଟ ୩୦ : ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୫୧ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୩୪,୭୬୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୯ ଲକ୍ଷ ୨୩ ହଜାର ୪୦୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୧୪୧୯୯୯୦ ଜଣଙ୍କର ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୨,୯୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୬ ହଜାର ୩୨୪ ରହିଛି । ଆଜି ୩୮୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୮ ହଜାର ୨୧୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୪୧ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୩.୦୨ ପ୍ରତିଶତ ରହିଛି । ଦେଶରେ ମୋଟ ୬୩ କୋଟି ୪୩ ଲକ୍ଷ ୮୧ ହଜାର ୩୫୮ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Leave A Reply

Your email address will not be published.