ଦେଶରେ ଚିହ୍ନଟ ହେଲେ ୫୨ ହଜାର ୫୦ ନୂଆ କୋଭିଡ ପଜିଟିଭ କେଶ

ଭୁବନେଶ୍ୱର: ଦେଶରେ ୨୪ ଘଂଟାରେ ୫୨ ହଜାର ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୮ ଲକ୍ଷ ୫୫ ହଜାର ୭୪୫ ରେ ପହଂଚିଛି I ଗୋଟିଏ ଦିନରେ ୮୦୩ ଜଣ ଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୮, ୯୩୮ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାୟୀ, ଗତ ୨୪ ଘଂଟାରେ ୪୪ ହଜାର ୩୦୬ ଜଣ ସୁସ୍ଥ ହେଇଛନ୍ତି ଏବଂ ଦେଶରେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୩୦ ହଜାର ୫୦୯ କୁ ବୃଦ୍ଧି ପାଇଛି I ସେହିପରି, ଆରୋଗ୍ୟ ଲାଭ କରିଥିବା ରୋଗୀ ଙ୍କ ହାର ଶତକଡା ୬୬.୩୧ ରେ ପହଂଚିଛି I
ଆଜି ସୁଦ୍ଧା ୫ ଲକ୍ଷ ୮୬ ହଜାର ୨୯୮ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

Comments are closed.