ଦେଶରେ ଚିହ୍ନଟ ହେଲେ ୨୯,୪୨୯ ଜଣ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର

0

ଭୁବନେଶ୍ୱର: ଜୁଲାଇ ୧୫ : ଭାରତରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨୯, ୪୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ଏହାକୁ ମିଶାଇ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୩୬,୧୮୧ ରେ ପହଁଚିଲା I ସେଥିରୁ, ୫,୯୨,୦୩୧ ଜଣ ସୁସ୍ଥ ହେଇସାରିଲେଣି ଏବଂ ୩,୧୯,୮୪୦ ଜଣ ଚିକିତ୍ସିତ ହେଉଛନ୍ତି I ଆଜି ଆରୋଗ୍ୟ ହାର ପୁଣି ବୃଦ୍ଧି ପାଇ 63.20 ପ୍ରତିଶତରେ ପହଞ୍ଚିଛି ।
୨୪ ଘଣ୍ଟା ରେ ମୃତ୍ୟୁବରଣ କରିଛନ୍ତି ୫୮୨ ଜଣ କରୋନା ଆକ୍ରାନ୍ତ ଓ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା୨୪,୩୦୯ କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୭,୬୬୫ ରେ ପହଂଚିଛି I ସେହିପରି ତାମିଲନାଡୁ ଏବଂ ଦିଲ୍ଲୀ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୧,୪୭,୩୨୪ ଏବଂ ୧,୧୫,୩୪୬ ରେ ପହଂଚିଛି I
ଏହା ବ୍ୟତୀତ, ଆଉ ୬ ଟି ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୫ ହଜାର ଟପି ସାରିଛି I କର୍ଣ୍ଣାଟକ ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୦୭୭ କୁ ବୃଦ୍ଧି ପାଇଥିବା ବେଳେ, ଗୁଜରାଟ ରେ ୪୩,୬୩୭, ଉତ୍ତର ପ୍ରଦେଶ ରେ ୩୯,୭୧୭, ଆନ୍ଧ୍ର ପ୍ରଦେଶ ରେ ୩୩,୦୧୯, ୱେଷ୍ଟ ବେଙ୍ଗଲ ରେ ୩୨,୮୩୮ ଓ ରାଜସ୍ଥାନ ରେ ୨୫,୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.