ଦେଶରେ ଚିହ୍ନଟ ହେଲେ ୨୮,୭୦୧ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪ ରେ ପହଁଚିଲା

0

ଭୁବନେଶ୍ୱର: ଜୁଲାଇ ୧୩: ଦେଶରେ କୋଭିଡ ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି I ଗତ ୨୪ ଘଂଟାରେ ଭାରତରେ ୨୮,୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮, ୭୮,୨୫୪ ରେ ପହଂଚିଛି I ସେଥିରୁ, ୫,୫୩,୪୭୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୩,୦୧,୬୦୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I
ସୁସ୍ଥ ହେଉଥିବା ରୋଗୀ ଙ୍କ ସଂଖ୍ୟା ଏବେ ବେଶ ଉତ୍ସାହଜନକ I ଗତ ୨୪ ଘଂଟାରେ ୧୮,୮୫୦ ଜଣ ସୁସ୍ଥ ହେଇଛନ୍ତି ଏବଂ ସୁସ୍ଥତା ହାର ବର୍ତ୍ତମାନ 63%ରେ ପହଞ୍ଚିଛି ।
ଗତ ୨୪ ଘଂଟାରେ ୫୦୦ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୩,୧୭୪ କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଇଛି I ଏ ଠା ରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୪,୪୨୭ ରେ ପହଁଚିଥିବା ବେଳେ, ୧୦,୨୮୯ ଜଣଙ୍କର ମୃତ୍ୟୁ ହେଇଛି I
ତାମିଲନାଡୁ ରେ ଏ ପର୍ଯ୍ୟନ୍ତ ୧,୩୮,୪୭୦ ଜଣ କରୋନା ରୋଗୀ ଚିହ୍ନଟ ହେଇଛନ୍ତି ଏବଂ ୧,୯୬୬ ଜଣ ଙ୍କର ମୃତ୍ୟୁ ହେଇଛି I
ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୪୯୪ କୁ ବୃଦ୍ଧି ପାଇଛି ଏବଂ ୩,୩୭୧ ଜଣ ମୃତ୍ୟୁବରଣ କରିଛନ୍ତି I

Leave A Reply

Your email address will not be published.