ଦେଶରେ ଗୋଟିଏ ଦିନରେ ୯୫ ହଜାର ୭୩୫ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୧୦: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୯୫ ହଜାର ୭୩୫ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ପୂର୍ବରୁ, ଗୋଟିଏ ଦିନରେ ଏତେ ସଂଖ୍ୟକ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇ ନ ଥିଲା I ଏଥିସହ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୩ କୁ ବୃଦ୍ଧି ପାଇଛି I
ସେହିପରି, ୨୪ ଘଂଟାରେ ୧,୧୭୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଦେଶରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୭୫ ହଜାର ୬୨ ରେ ପହଂଚିଛି I
ଅନ୍ୟ ପକ୍ଷରେ, ଗୋଟିଏ ଦିନରେ ୭୨ ହଜାର ୯୩୯ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩୪ ଲକ୍ଷ ୭୧ ହଜାର ୭୮୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଏବେ ସୁସ୍ଥତା ହାର ୭୭.୭୪ ପ୍ରତିଶତ ଅଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଆଜି ସୁଦ୍ଧା ୯ ଲକ୍ଷ ୧୯ ହଜାର ୧୮ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I

Rules regarding physical distancing and mask requirements vary by location. cialis malaysia pharmacy The Consulate in Sydney has resumed loss of nationality services to U.

Comments are closed.