ଦେଶରେ ଗୋଟିଏ ଦିନରେ ୪୫ ହଜାର ରୁ ଉର୍ଦ୍ଧ୍ଵ କୋଭିଡ ପଜିଟିଭ ଚିହ୍ନଟ ଏବଂ ୧,୧୨୯ ମୃତ

0

ଭୁବନେଶ୍ୱର: ଜୁଲାଇ ୨୩: ଦେଶରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୫ ହଜାର ୭୨୦ କୋଭିଡ ପଜିଟିଭ କେଶ I ଅନ୍ୟପକ୍ଷରେ, ୨୪ ଘଣ୍ଟା ରେ ୧,୧୨୯ ଜଣଙ୍କର ମୃତ୍ୟୁ ହେଇଛି I ଦେଶରେ ମୋଟ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୩୮ ହଜାର ୬୩୫ ରେ ପହଂଚିଛି I ସେହିପରି, କରୋନା ରେ ଏ ପର୍ଯ୍ୟନ୍ତ ୨୯ ହଜାର ୮୬୧ ଜଣଙ୍କର ମୃତ୍ୟୁ ହେଇଛି I
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ସୂଚନା ଅନୁସାରେ, ମୋଟ ୭ ଲକ୍ଷ ୮୨ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି ଏବଂ ଆରୋଗ୍ୟ ଲାଭ କରିଥିବା ରୋଗୀ ଙ୍କ ହାର ଏବେ ଶତକଡା ୬୩.୧୮ କୁ ବୃଦ୍ଧି ପାଇଛି I
ଏବେ ୪ ଲକ୍ଷ ୨୬ ହଜାର ୧୬୭ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସଂକ୍ରମିତ ଙ୍କ ସଂଖ୍ୟା ୩,୩୭,୬୦୭ ରେ ପହଂଚିଛି I ଦ୍ଵିତୀୟ ରେ ଅଛି ତାମିଲନାଡୁ I ଏଠାରେ ମୋଟ ୧,୮୬,୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଦିଲ୍ଲୀ ରେ ପରିସ୍ଥିତି ବଦଳିବାରେ ଲାଗିଛି ଏବଂ ତେବେ, ଏ ପର୍ଯ୍ୟନ୍ତ ୧,୨୬,୩୨୩ କେଶ ଚିହ୍ନଟ ହେଇଛନ୍ତି I
କର୍ଣ୍ଣାଟକ ନୂଆ ହଟ ସ୍ପଟ ରାଜ୍ୟ ଭାବେ ଉଭା ହେଇଛି ଏବଂ ଏଠାରେ ୭୫,୮୩୩ ଟି କୋଭିଡ ପାସିଟିଭ କେଶ ଚିହ୍ନଟ ହେଇସାରିଛନ୍ତି I
ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ ଓ ଗୁଜରାଟ ରେ କୋଭିଡ କେଶ ସଂଖ୍ୟା ୫୦ ହଜାର ଟପି ସାରିଲାଣି I ଆନ୍ଧ୍ର ପ୍ରଦେଶ ରେ ୬୪,୭୨୩ ଟି କେଶ ଚିହ୍ନଟ ହେଇସାରିଥିବା ବେଳେ, ଉତ୍ତର ପ୍ରଦେଶ ରେ କେଶ ସଂଖ୍ୟା ୫୫,୫୮୮ ଏବଂ ଗୁଜରାଟ ରେ ୫୧,୩୯୯ ରେ ପହଂଚିଛି I
ତେଲେଙ୍ଗାନା ଏବଂ ୱେଷ୍ଟ ବେଙ୍ଗଲ ରେ ମଧ୍ୟ କେଶ ସଂଖ୍ୟା ୫୦ ହଜାର ପାଖାପାଖି ପହଂଚି ଗଲାଣି I

Leave A Reply

Your email address will not be published.