ଦେଶରେ ଗୋଟିଏ ଦିନରେ ୩୪ ହଜାର ୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଲାଇ ୧୮: କ୍ରମାଗତ ତିନିଦିନ ଧରି ପ୍ରତ୍ୟେକଦିନ ଦେଶରେ ୩୦ ହଜାର ଠୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି I
ଗତ ୨୪ ଘଂଟାରେ ୩୪,୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ
୩୮ ହଜାର ୭୧୬ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରାଲଳୟ ର ସୂଚନା ଅନୁସାରେ, ଦେଶରେ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୫୩ ହଜାର ୭୫୧ କୁ ବୃଦ୍ଧି ପାଇଛି I ତେବେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ହାର ଶତକଡା ୬୨.୯୪ ରେ ପହଂଚିଛି I
ତେବେ, ୩ ଲକ୍ଷ ୫୮ ହଜାର ୬୯୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I
ଗତ ୨୪ ଘଂଟାରେ କରୋନା ରେ ୬୭୧ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩ ରେ ପହଂଚିଛି I
ରାଜ୍ୟମାନଙ୍କ ମଧ୍ୟରେ , ମହାରାଷ୍ଟ୍ର ରେ ଶୁକ୍ରବାର ସୁଦ୍ଧା ୨ ଲକ୍ଷ ୯୨ ହଜାର ୫୮୯ ଜଣ ଚିହ୍ନଟ ହେଇସାରିଛନ୍ତି ଏବଂ ଏ ପର୍ଯ୍ୟନ୍ତ ମୋଟ
୧୧ ହଜାର ୪ ସହ ୫୨ ଜଣଙ୍କର ମୃତ୍ୟୁ ହେଇଛି I ତାମିଲନାଡୁ ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଏକ ଲକ୍ଷ ୬୦ ହଜାର ୯୦୭ ରେ ପହଂଚିଛି ଏବଂ ୨ ହଜାର ୩୧୫ ଜଣଙ୍କର ମୃତ୍ୟୁ ହେଇଛି I ତୃତୀୟ ସ୍ଥାନରେ ଅଛି ଦିଲ୍ଲୀ I ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୨୦ ହଜାର ୧୦୭ ଥିବାବେଳେ ୩ ୫୭୧ ଜଣଙ୍କର ମୃତ୍ୟୁ ହେଇଛି I
କର୍ଣ୍ଣାଟକ ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ିବାରେ ଲାଗିଛି I ରାଜ୍ୟମାନଙ୍କ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ପହଞ୍ଚି ଯାଇଛି I ଏଠାରେ ଶୁକ୍ରବାର ସୁଦ୍ଧା ୫୫ ହଜାର ୧୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I
କର୍ଣ୍ଣାଟକ କୁ ଛାଡି ଆଉ ୪ ଟି ରାଜ୍ୟ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପି ସାରିଲାଣି I ସେଗୁଡିକ ମଧ୍ୟରେ ଗୁଜରାଟ ରେ ୪୬ ହଜାର ୪୩୦ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଉତ୍ତର ପ୍ରଦେଶ ରେ ୪୫ ହଜାର ୧୬୩, ତେଲେଙ୍ଗାନା ରେ ୪୨ ହଜାର ୪୯୬ ଏବଂ ଆନ୍ଧ୍ର ପ୍ରଦେଶ ରେ ୪୦ ହଜାର ୬୪୬ ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.