ଦେଶରେ ଗୋଟିଏ ଦିନରେ ୨୪,୮୫୦ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୫ : କ୍ରମାଗତ ୩ ଦିନ ଧରି, ଦେଶରେ ଦିନକୁ ୨୦,୦୦୦ ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି I ଗତ ୨୪ ଘଂଟାରେ, ୨୪ ହଜାର ୮୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏବେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ କୁ ବୃଦ୍ଧି ପାଇଛି I

ସେହିପରି, ୨୪ ଘଣ୍ଟାରେ ୬୧୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୯,୨୬୮ ରେ ପହଂଚିଛି I
ଅଶ୍ଵସ୍ତି ର ବିଷୟ ହେଉଛି, ଦେଶରେ କ୍ରମାଗତ ଭାବରେ ଆରୋଗ୍ୟ ହାର ବଢ଼ିବାରେ ଲାଗିଛି I
ଏ ପର୍ଯ୍ୟନ୍ତ ୪,୦୯,୦୮୨ ଜଣ ସୁସ୍ଥ ହେଇସାରିଥିବାବେଳେ, ୨,୪୪,୮୨୪ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ ହାର 60.77 ପ୍ରତିଶତକୁ ବୃଦ୍ଧି ପାଇଛି ।

Comments are closed.