ଦେଶରେ ଗୋଟିଏ ଦିନରେ ୧୯,୯୦୬ କରୋନା ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ଜୁନ ୨୮: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୯,୯୦୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯ ରେ ପହଂଚିଛି I ସେହିପରି ଗୋଟିଏ ଦିନରେ ୪୧୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬,୦୯୫ ରେ ପହଂଚିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଡାଟା ଅନୁଯାଇ, ମୋଟ ୨,୦୩,୦୫୧ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୩,୦୯,୭୧୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି I
ଆରୋଗ୍ୟ ଲାଭ କରିଥିବା ଏବଂ ସକ୍ରିୟ ରୋଗୀ ସଂଖ୍ୟା ମଧ୍ୟରେ ପାଖାପାଖି 1 ଲକ୍ଷର ପାର୍ଥକ୍ୟ ରହିଛି । ଆଜି ସୁଦ୍ଧା ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ମାମଲାଠାରୁ ୧,୦୬,୦୦୦ ରୁ ଅଧିକ ଅଛି ।
କୋଭିଡ-19 ରୋଗୀଙ୍କ ମଧ୍ୟରେ ସୁସ୍ଥତା ହାର 58.56% କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ମହାରାଷ୍ଟ୍ର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୧୩୩ ରେ ପହଂଛିଥିବା ବେଳେ, ୭,୨୭୩ ଜଣଙ୍କର ମୃତ୍ୟୁ ହେଇଛି I ସେହିପରି, ଦିଲ୍ଲୀ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦,୧୮୮ କୁ ବୃଦ୍ଧି ପାଇଥିବା ବେଳେ, ତାମିଲନାଡୁ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ୭୮, ୩୩୫ ରେ ପହଂଚିଛି I

Leave A Reply

Your email address will not be published.