ଦେଶରେ ଗୋଟିଏ ଦିନରେ ୧୮,୬୪୩ କରୋନା ସଂକ୍ରମିତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୫,୪୯୩

ଭୁବନେଶ୍ୱର: ଜୁଲାଇ ୦୧: ଦେଶରେ ୨୪ ଘଂଟାରେ, ୧୮,୬୫୩ ଜଣ ନୂଆ କରୋନା ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୫, ୪୯୩ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁଯାଇ, ମୋଟ ୫,୮୫,୪୯୩ ଜଣଙ୍କ ମଧ୍ୟରୁ ୩,୪୭,୯୭୯ ଜଣ ସୁସ୍ଥ ହେଇସାରିଲେଣି ଏବଂ ୨,୨୦,୧୧୪ ଜଣ ଚିକିତ୍ସାଧୀନ ଅଛନ୍ତି I
ଗତ ୨୪ ଘଣ୍ଟା ମଧ୍ୟରେ, ୫୦୭ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏବେ, ଦେଶରେ ମୋଟ ୧୭,୪୦୦ ଜଣଙ୍କର ମୃତ୍ୟୁ ହେଇସାରିଲାଣି I
ସୁସ୍ଥତା ହାର ଶତକଡା 59.43ରେ ପହଞ୍ଚିଛି ।
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୪,୭୬୧ କୁ ବୃଦ୍ଧି ପାଇଥିବା ବେଳେ, ତାମିଲନାଡୁ ଓ ଦିଲ୍ଲୀ ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୯୦,୧୬୭ ଓ ୮୭,୩୬୦ ରେ ପହଂଚିଛି I
ସେହିପରି, ଗୁଜରାଟ ରେ ମୋଟ ୩୨,୫୫୭ ଜଣ , ଉତ୍ତର ପ୍ରଦେଶ ରେ ୨୩,୪୯୨ ଜଣ , ୱେଷ୍ଟ ବେଙ୍ଗଲ ରେ ୧୮,୫୫୯ ଜଣ , ରାଜସ୍ଥାନ ରେ ୧୮,୦୧୪ ଜଣ , ତେଲେଙ୍ଗାନା ରେ ୧୬,୩୩୯ ଜଣ ଏବଂ କର୍ଣ୍ଣାଟକରେ ୧୫, ୨୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I

Comments are closed.