ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ଜୁନ ୧୯: ଦେଶରେ ଗୋଟିଏ ଦିନରେ ୧୩,୫୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩,୮୦,୫୩୨ କୁ ବୁଦ୍ଧି ପାଇଛି I ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୩୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧୨,୫୭୩ ରେ ପହଂଚିଛି I
ଅନ୍ୟପକ୍ଷରେ, ଦୁଇଲକ୍ଷ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଆଜି ପର୍ଯ୍ୟନ୍ତ ଦେଶରେ ମୋଟ ୨,୦୪,୭୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏହାଦ୍ୱାରା ଆରୋଗ୍ୟ ଲାଭ ହାର ଶତକଡା 53.79 ପ୍ରତିଶତକୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଏବେ ୧,୬୩,୨୪୮ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି I
ରାଜ୍ୟ ମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ୧,୨୦,୫୦୪ ସଂକ୍ରମିତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୫୨,୩୩୪, ଦିଲ୍ଲୀ ରେ ୪୯,୭୯୭ ଏବଂ ଗୁଜରାଟ ରେ ୨୫,୬୦୧ ଜଣ ସଂକ୍ରମିତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.