ଦେଶରେ ଗତ ୨୪ ଘଣ୍ଟାରେ ୩୫,୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ୩୯,୬୮୬ ସୁସ୍ଥ

ଭୁବନେଶ୍ୱର: ଅଗଷ୍ଟ ୯: ୨୪ ଘଣ୍ଟାରେ ଦେଶରେ ୩୫,୪୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨ ହଜାର ୧୮୮ ରହିଛି ।
ସେହିପରି ଗତ ୨୪ ଘଣ୍ଟାରେ ୩୯,୬୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୧୧ ଲକ୍ଷ ୩୯ ହଜାର ୪୫୭ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଦେଶରେ ସୁସ୍ଥତର ହାର ବୃଦ୍ଧି ପାଇ ବର୍ତ୍ତମାନ ୯୭.୪୦ ପ୍ରତିଶତ ରହିଛି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୪୪୭ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଦେଶରେ ଏପର୍ଯ୍ୟନ୍ତ କରୋନାରେ ମୋଟ ୪ ଲକ୍ଷ ୨୮ ହଜାର ୩୦୯ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇସାରିଲାଣି ।
ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୩୫ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୫୯ ପ୍ରତିଶତ ରହିଛି । ଦେଶରେ ମୋଟ ୫୦ କୋଟି ୮୬ ଲକ୍ଷ ୬୪ ହଜାର ୭୫୯ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.