ଦେଶରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର, ଗତ ୨୪ ଘଣ୍ଟାରେ ୩୦୫୪୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୩: ଦେଶରେ କରୋନା ସ୍ଥିତିରେ କ୍ରମେ କ୍ରମେ ନିୟନ୍ତ୍ରଣ ଆସୁଛି । ଗତ ୨୪ ଘଣ୍ଟାରେ ଦେଶରେ ନୂଆ କରୋନା ସଂକ୍ରମିତ ୩୦୫୪୯ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତ ୨୪ ଘଣ୍ଟାରେ ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୩୮୮୮୭ ଏବଂ କରୋନାଜନିତ ମୃତୁ୍ୟ ହୋଇଛି ୪୨୨ ଜଣଙ୍କର । ଦେଶରେ କରୋନାର ସୁସ୍ଥତା ହାର ରହିଛି ୯୭.୩୮ ପ୍ରତିଶତ । ଦେଶରେ ଏ ପର୍ଯ୍ୟନ୍ତ ୪୭୮୫୪୪୧୧୪ ଜଣଙ୍କୁ କରୋନା ଟିକା ଦିଆ ସରିଲାଣି ।
ଦେଶରେ ଗତ ୨୪ ଘଣ୍ଟାରେ ସ୍ୱାବ ଟେଷ୍ଟ ହୋଇଥିଲା ୧୬୪୯୨୯୫, ସେମାନଙ୍କ ମଧ୍ୟରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୩୦୫୪୯ । ଦେଶରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୨୫୧୯୫ ରହିଛି ଏବଂ କରୋନାରୁ ସୁସ୍ଥ ହେଲେଣି ୩୦୮୯୬୩୫୪ ଜଣ ।
ସେହିପରି ଦେଶରେ ବର୍ତ୍ତମାନ ପଜିଟିଭିଟି ହାର ଦୈନିକ ୧.୮୫ ପ୍ରତିଶତ ରହିଥିଲାବେଳେ ସାପ୍ତାହିକ ହାର ୨.୩୯ ପ୍ରତିଶତ ରହିଛି ।

Comments are closed.