ଦେଶରେ କରୋନା ସଙ୍କାମିତଙ୍କ ସଂଖ୍ୟା ୪,୨୫,୨୮୨; ମୋଟ ମୃତ୍ୟୁ ସଂଖ୍ୟା ୧୩,୬୯୯

0

ଭୁବନେଶ୍ୱର: ଜୁନ ୨୨: ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪,୨୫,୨୮୨ କୁ ବୃଦ୍ଧି ପାଇଛି I ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୨୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
ସେହିପରି, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୬୯୯ କୁ ବୃଦ୍ଧି ପାଇଛି ଏବଂ ୨୪ ଘଣ୍ଟାରେ ୪୪୫ ଜଣଙ୍କର ମୃତ୍ୟୁ ହେଇଛି I
ଏ ପର୍ଯ୍ୟନ୍ତ ୨,୩୭,୧୯୫ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି I ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ଶତକଡା ୫୫ .୭୭ କୁ ବୃଦ୍ଧି ପାଇଛି । ସୂଚନା ଅନୁଯାଇ, ୨୪ ଘଂଟାରେ ୯୪୪୦ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଏବେ, ଦେଶରେ ବର୍ତ୍ତମାନ ୧,୭୪,୩୮୭ ସକ୍ରିୟ ରୋଗୀ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.