ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର କୁ ବୃଦ୍ଧି ;ସୁସ୍ଥ ହେଇଛନ୍ତି ୧୫ ଲକ୍ଷ ୮୩ ହଜାର ରୁ ଅଧିକ

ଭୁବନେଶ୍ୱର: ଅଗଷ୍ଟ ୧୧ : ଦେଶରେ ୨୪ ଘଂଟାରେ ୫୩ ହଜାର ୬୦୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ୬୭୫ କୁ ବୃଦ୍ଧି ପାଇଛି ।
ସେହିପରି ଗୋଟିଏ ଦିନରେ ୮୭୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭ ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ପ୍ରତ୍ୟେକ ଦିନ ଅଧିକ ରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ,ଗତ ୨୪ ଘଂଟାରେ ୪୭ ହଜାର ୭୪୬ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ଦେଶରେ ମୋଟ ୧୫ ଲକ୍ଷ ୮୩ ହଜାର ୪୮୯ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଲେଣି । ଏହାଦ୍ୱାରା ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୯. ୮୦ % ରେ ପହଞ୍ଚିଛି ।
ଆଜି ସୁଦ୍ଧା ୬ ଲକ୍ଷ ୩୯ ହଜାର ୯୨୯ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତ କାଲି ଠାରୁ ମାତ୍ର ୪ ହଜାର ୯୮୪ ଟି କେଶ ଅଧିକ ହେଇଛି ।
ରାଜ୍ୟ ମାନଙ୍କ ମଧ୍ୟରେ , ସର୍ବାଧିକ କ୍ଷତିଗ୍ରସ୍ଥ ମହାରାଷ୍ଟ୍ର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପି ସାରିଛି ।
ଆଜି ସୁଦ୍ଧା ମହାରାଷ୍ଟ୍ର ରେ ୫ ଲକ୍ଷ ୨୪ ହଜାର ୫୧୩ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ତାମିଲନାଡୁ ରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩ ଲକ୍ଷ ୨ ହଜାର ୮୧୫ ରେ ପହଂଚିଛି । ସେହିପରି ଆନ୍ଧ୍ର ପ୍ରଦେଶ ରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୫୨୫ କୁ ବୃଦ୍ଧି ପାଇଥିବା ବେଳେ , କର୍ଣ୍ଣାଟକ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୮୨ ହଜାର ୩୫୪ , ଦିଲ୍ଲୀ ରେ ଏକ ଲକ୍ଷ ୪୬ ହଜାର ୧୩୪ , ଉତ୍ତର ପ୍ରଦେଶ ରେ ଏକ ଲକ୍ଷ ୨୬ ହଜାର ୭୨୨ ଏବଂ ପଶ୍ଚିମ ବଙ୍ଗ ରେ ୯୮ ହଜାର ୪୫୯ କୁ ବୃଦ୍ଧି ପାଇଛି ।

Comments are closed.