ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୨୫ ଲକ୍ଷ ଟପିଲା : ସୁସ୍ଥତା ହାର ୭୧.୬୧ % କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୫: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ଦେଶରେ ୬୫ ହଜାର ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ଭାରତ ରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ କୁ ବୃଦ୍ଧି ପାଇଛି I
ସେହିପରି, ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୩୮୧ ଜଣ କରୋନା ଆକ୍ରାନ୍ତ ଏବଂ ମୋଟ ଆରୋଗ୍ୟ ସଂଖ୍ୟା ୧୮ ଲକ୍ଷରୁ ଅଧିକ ଅର୍ଥାତ ୧୮,୦୮, ୯୩୬ ରେ ପହଞ୍ଚିଛି । ସୁସ୍ଥତା ହାର ମଧ୍ୟ କ୍ରମଶଃ ବୃଦ୍ଧି ପାଇ ଆଜି ୭୧.୬୧ % ରେ ପହଂଚିଛି I
୨୪ ଘଂଟାରେ ୯୯୬ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି ଏବଂ ଏଥିସହିତ ,ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯ ହଜାର ୩୬ କୁ ବୃଦ୍ଧି ପାଇଛି I
ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏହା ଦ୍ରୁତ ହ୍ରାସ ପାଇ ଆଜି ୧.୯୪ ପ୍ରତିଶତରେ ପହଞ୍ଚିଛି ।
ସକ୍ରିୟ ରୋଗୀଙ୍କ ସଂଖ୍ୟା ୬,୬୮,୨୨୦ ରେ ପହଂଚିଛି I
ରାଜ୍ୟଗୁଡିକ ମଧ୍ୟରେ, ମହାରାଷ୍ଟ୍ର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୭୨,୭୩୪ ରେ ପହଁଚିଥିବା ବେଳେ, ତାମିଲନାଡୁ ରେ ୩,୨୬,୨୪୫, ଆନ୍ଧ୍ର ପ୍ରଦେଶ ରେ ୨,୭୩,୦୮୫, କର୍ଣ୍ଣାଟକ ରେ ୨,୧୧,୧୦୮ , ଦିଲ୍ଲୀ ରେ ୧,୫୦,୬୫୨, ଉତ୍ତର ପ୍ରଦେଶ ରେ ୧,୪୫,୨୮୭, ପଶ୍ଚିମ ବଙ୍ଗ ରେ ୧,୧୦,୩୫୮, ବିହାର ରେ ୯୮,୦୦୮ , ତେଲେଙ୍ଗାନା ରେ ୯୦,୨୫୯, ଗୁଜରାଟ ରେ ୭୬,୪୮୦, ଆସାମ ରେ ୭୪,୫୦୧,ରାଜସ୍ଥାନ ରେ ୫୮,୬୯୨ ଏବଂ ଓଡିଶା ରେ ୫୪,୩୬୦ ରେ ପହଂଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା I

Comments are closed.