ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି

0

ଦିଲ୍ଲୀ: ଜୁଲାଇ ୧୯: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମିତ ୩୦ ହଜାର ୯୩ ଚିହ୍ନଟ ହୋଇଛି । ସେହିପରି ଆଜି ୪୫ ହଜାର ୨୫୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ବୃଦ୍ଧି ପାଇ ୯୭. ୩୭ ପ୍ରତିଶତ ହୋଇଛି ।
ଅନ୍ୟପକ୍ଷେ, ଗତକାଲି ଅପେକ୍ଷା ଆଜି ଦେଶରେ କରୋନା ରୋଗୀଙ୍କ ମୃତୁ୍ୟ ସଂଖ୍ୟା କମିଛି । କାଲି କରୋନା ସଂକ୍ରମିତଙ୍କ ମୃତୁ୍ୟସଂଖ୍ୟା ୪୯୯ ରହିଥିଲାବେଳେ ଆଜି ୩୭୪ ଜଣ ରୋଗୀଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ମୋଟ୍‌ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୧୪ ହଜାର ୪୮୨କୁ ବୃଦ୍ଧି ପାଇଛି ।
ସେହିପରି ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୬ ପ୍ରତିଶତ ରହିଥିଲା ବେଳେ, ଦୈନିକ ସଂକ୍ରମଣ ହାର ୧.୬୮ ପ୍ରତିଶତ ରହିଛି।

Leave A Reply

Your email address will not be published.