ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯ ଲକ୍ଷ ଟପିଲା; ମୋଟ ମୃତ୍ୟୁ ସଂଖ୍ୟା ୨୩,୭୧୭ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଲାଇ ୧୪: ଲଗାତାର ଦୁଇ ଦିନ ହେଲା ଦିନକୁ ୨୮ ହଜାର ରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଭାରତରେ I ୨୪ ଘଂଟାରେ ଦେଶରେ ୨୮,୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୬,୭୫୨ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୫,୭୧,୪୫୯ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୩,୧୧,୫୬୫ ଜଣ ଚିକିତ୍ସାଧୀନ ଅଛନ୍ତି I ଜୁଲାଇ ୧୧ ତାରିଖରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ରେ ପହଞ୍ଚିଥିଲା ଏବଂ ୧୪ ତାରିଖରେ ଏହା ୯ ଲକ୍ଷ ରେ ପହଂଚିଛି I
୨୪ ଘଂଟାରେ ୫୫୩ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩,୭୧୭ କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦.୯୨୪ ରେ ପହଁଚିଥିବା ବେଳେ ତାମିଲନାଡୁ ରେ ଆକ୍ରାନ୍ତ ସଂଖ୍ୟା ୧,୪୨,୭୯୮ ଓ ଦିଲ୍ଲୀ ରେ ୧,୧୩,୭୪୦ କୁ ବୃଦ୍ଧି ପାଇଛି I

Leave A Reply

Your email address will not be published.