ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୭,୯୩,୮୦୨ କୁ ବୃଦ୍ଧି ପାଇଛି; ୨୪ ଘଂଟାରେ ଚିହ୍ନଟ ହେଲେ ୨୬,୫୦୬ ଆକ୍ରାନ୍ତ

0

ଦିଲ୍ଲୀ: ଜୁଲାଇ ୧୦: ଦେଶରେ ୨୪ ଘଣ୍ଟା ରେ ଚିହ୍ନଟ ହେଇଛନ୍ତି ୨୬, ୫୦୬ ଜଣ କରୋନା ଆକ୍ରାନ୍ତ I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭, ୯୩, ୮୦୨ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪,୯୫,୫୧୨ ଜଣ ସୁସ୍ଥ ହେଇଛନ୍ତି ଏବଂ ୨,୭୬,୬୮୫ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I ୨୪ ଘଂଟାରେ ୧୯ ହଜାର ରୁ ଉର୍ଦ୍ଧ୍ଵ ବ୍ୟକ୍ତି ସୁସ୍ଥ ହେଇଛନ୍ତି I ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ, ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି I ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ଏବଂ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ମଧ୍ୟରେ ତଫାତ ବଢି ବଢି ଚାଲିଛି I ଚିତ୍ତୀତ୍ସାଧିନ ରୋଗୀଙ୍କ ସଂଖ୍ୟା ଠାରୁ, ଆରୋଗ୍ୟ ଲାଭ ରୋଗୀ ଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ରୁ ଅଧିକ I ଆରୋଗ୍ୟ ଲାଭ ହାର ବୃଦ୍ଧି ପାଇ ୬୨.୪% ରେ ପହଂଚିଛି I
ଅନ୍ୟପକ୍ଷରେ ୨୪ ଘଣ୍ଟା ରେ ୪୭୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି I ଏହାକୁ ମିଶାଇ, ଦେଶରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୨୧,୬୦୪ ରେ ପହଂଚିଛି I

Leave A Reply

Your email address will not be published.