ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୭ ଲକ୍ଷ ଟପିଲା

ଭୁବନେଶ୍ୱର: ଜୁଲାଇ ୭: ଦେଶରେ ରେ ବଢିଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା I ଏବେ ପ୍ରତ୍ୟେକ ଦିନ ୨୦ ହଜାର ରୁ ଉର୍ଦ୍ଧ୍ଵ ବ୍ୟକ୍ତି କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି I ୨୪ ଘଂଟାରେ ୨୨,୨୫୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୧୯,୬୬୫ କୁ ବୃଦ୍ଧିପାଇଛି I
ସେହିଭଳି, ଦେଶରେ ୨୪ ଘଂଟାରେ ୪୬୭ ଜଣ କରୋନା ରୋଗୀଙ୍କର ମୃତ୍ୟୁହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୦,୧୬୦ ରେ ପହଂଚିଛି I

ଅନ୍ୟପକ୍ଷରେ, ଦେଶରେ ମୋଟ ୪ ଲକ୍ଷ ୩୯ ହଜାର ୯୪୮ ଜଣ ସୁସ୍ଥହେଇ ସାରିଛନ୍ତି ଏବଂ ୨ ଲକ୍ଷ ୫୯ ହଜାର ୫୫୭ ଜଣ ଚିକିତ୍ସାଧିନ ଅଛନ୍ତି।
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ରରେ ସର୍ବାଧିକ ୨,୧୧,୯୮୭ ଆକ୍ରାନ୍ତ ହୋଇଥିବାବେଳେ ୯,୦୨୬ ଜଣଙ୍କର ମୃତ୍ୟୁ ହେଇଛି । ତାମିଲନାଡୁ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୪,୯୭୮ ଥିବାବେଳେ, ୧, ୫୭୧ ଜଣ ଙ୍କର ମୃତ୍ୟୁ ହେଇଛି I ସେହିପରି ଦିଲ୍ଲୀରେ ମୋଟ ୧,୦୦,୮୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୩,୧୧୫ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.