ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨,୩୬,୬୫୭ କୁ ବୃଦ୍ଧି: ଭୁବନେଶ୍ୱର: ବିଶ୍ୱ କରୋନା ତାଲିକା ରେ ଭାରତ ଷଷ୍ଠ ସ୍ଥାନରେ

ଭୁବନେଶ୍ୱର: ଜୁନ ୦୬: ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୮୮୭ ଜଣ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨,୩୬,୬୫୭ କୁ ବୃଦ୍ଧି ପାଇଛି I
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୪୬୨୧ ଜଣ କରୋନା ରୋଗୀ ସୁସ୍ଥ ହେଇଥିବା ବେଳେ, ୨୯୪ ଜଣ ଙ୍କର ମୃତ୍ୟୁ ହେଇଛି I
ଏ ପର୍ଯ୍ୟନ୍ତ ମୋଟ ୧,୧୪,୦୭୨ ଜଣ ସୁସ୍ଥ ହେଇସାରିଥିବା ବେଳେ, ୬,୬୪୨ ଜଣ ଙ୍କର ମୃତ୍ୟୁ ହେଇଛି I
ତେବେ, ଭାରତରେ ଏବେ ପ୍ରତ୍ୟେକ ଦିନ ପ୍ରାୟ ୯୦୦୦ ରୁ ଉର୍ଦ୍ଧ୍ୱ ଲୋକ କରୋନା ରେ ସଂକ୍ରମିତ ହେଉଛନ୍ତି I ସପ୍ତାହକ ମଧ୍ୟରେ ପ୍ରାୟ ୬୧୦୦୦ ରୁ ଉର୍ଦ୍ଧ୍ୱ ଲୋକ କରୋନା ରେ ସଂକ୍ରମିତ ହେଇସାରିଲେଣି I
ଭାରତ ବିଶ୍ଵ କରୋନା ତାଲିକାରେ ଇଟାଲିକୁ ଫଛରେ ପକାଇ ଷଷ୍ଠ ସ୍ଥାନରେ ପହଞ୍ଚିଛି । ଆମେରିକା, ବ୍ରାଜିଲ, ରୁଷିଆ, ଇଂଲଣ୍ଡ ଏବଂ ସ୍ପେନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ରେ ଅଛନ୍ତି I

Comments are closed.