ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୯୦,୫୩୫ କୁ ବୃଦ୍ଧି; ସାରା ବିଶ୍ୱରେ ସପ୍ତମ ସ୍ଥାନରେ ଭାରତ

ଭୁବନେଶ୍ୱର: ଜୁନ ୦୧: ଭାରତ ରେ କରୋନା ରୋଗୀ ଙ୍କ ସଂଖ୍ୟା ୧,୯୦,୫୩୫ ରେ ପହଁଚିଲା I
ଗତ କାଲି ପର୍ଯ୍ୟନ୍ତ, ଦେଶର ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ଥିଲା ୧,୮୨,୧୪୩ I ତେଣୁ, ମାତ୍ର ୨୪ ଘଣ୍ଟାରେ, ୮,୩୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସେହିପରି, ଗତ କାଲି ପର୍ଯ୍ୟନ୍ତ ଦେଶରେ ସୁସ୍ଥ ହେଇଥିଲେ ମୋଟ ୮୬,୯୮୩ ଜଣ I ଆଜି ଏ ସଂଖ୍ୟା ପହଂଚିଛି ୯୧,୮୧୮ ରେ I
ତେଣୁ, ଗତ ୨୪ ଘଂଟାରେ ୪୮୩୫ ଜଣ ସୁସ୍ଥ ହେଇଛନ୍ତି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ୫୩୯୪ ଜଣଙ୍କର ମୃତ୍ୟୁ ହେଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ୬୭,୬୫୫, ତାମିଲନାଡୁ ରେ ୨୨,୩୩୩, ଦିଲ୍ଲୀ ରେ ୧୯୮୪୪, ଗୁଜରାଟ ରେ ୧୬,୭୭୯, ରାଜସ୍ଥାନ ରେ ୮୮୩୧, ମଧ୍ୟପ୍ରଦେଶ ରେ ୮୦୮୯, ଉତ୍ତରପ୍ରଦେଶ ରେ ୭,୮୧୩ ଏବଂ ପଶ୍ଚିମ ବଙ୍ଗଳା ରେ ୫,୫୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି ଇ
ବିଶ୍ଵର କରୋନା ସଂକ୍ରମିତ ଦେଶ ତାଲିକାରେ ଦଶମ ସ୍ଥାନରେ ଥିବା ଭାରତ ବର୍ତ୍ତମାନ ସପ୍ତମ ସ୍ଥାନରେ ପହଞ୍ଚିଛି I

Comments are closed.