ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧି; ସୁସ୍ଥ ହେଇସାରିଲେଣି ୮୬,୯୮୩ ଜଣ

ଭୁବନେଶ୍ୱର: ମେ ୩୧: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୮୨,୧୪୩ କୁ ବୃଦ୍ଧିପାଇଛି l ସେଥିମଧ୍ୟରୁ ୮୬,୯୮୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮୯,୯୯୫ ଜଣ ଚିକିତ୍ସିତ ହେଉଛନ୍ତି l

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ରିପୋର୍ଟ ଅନୁସାରେ, ଆଜି ପର୍ଯ୍ୟନ୍ତ, ଏ ରୋଗରେ ୫,୧୬୪ ଜଣଙ୍କର ମୃତ୍ୟୁ ହେଇଛି l
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ସର୍ବାଧିକ ୬୫,୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ତାମିଲନାଡୁ ରେ ୨୧,୧୮୪ ଜଣ, ଦିଲ୍ଲୀ ରେ ୧୮,୫୪୯ ଜଣ, ଗୁଜରାଟ ରେ ୧୬,୩୪୩ ଜଣ, ରାଜସ୍ଥାନ ରେ ୮,୬୧୭ ଜଣ, ମଧ୍ୟପ୍ରଦେଶ ରେ ୭,୮୯୧ ଜଣ, ଉତ୍ତରପ୍ରଦେଶ ରେ ୭,୪୪୫ ଜଣ, ପଶ୍ଚିମ ବଙ୍ଗଳା ରେ ୫,୧୩୦ ଜଣ, ବିହାର ରେ ୩,୬୩୬ ଜଣ ଏବଂ ଆନ୍ଧ୍ରପ୍ରଦେଶ ରେ ୩,୫୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l

ଗତ ୨୪ ଘଣ୍ଟା ମଧ୍ୟରେ, ୪୬୨୪ ଜଣ ରୋଗୀ ସୁସ୍ଥ ହେଇଛନ୍ତି l ଏବେ ସୁସ୍ଥତା ହାର ଶତକଡା ୪୭ .୭୬ ରେ ପହଞ୍ଚିଛି l

Comments are closed.