ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା

ଭୁବନେଶ୍ୱର: ଜୁଲାଇ ୦୨: ଦେଶରେ ଗତ ୨୪ ଘଂଟାରେ ୧୯,୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୦୪,୬୪୧ ରେ ପହଂଚିଛି I
ସେହିପରି ଗତ ୨୪ ଘଂଟାରେ, ୪୩୪ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୃତ୍ୟୁସଂଖ୍ୟା ୧୭,୮୩୪ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୩,୫୯,୮୫୯ ଜଣ ସୁସ୍ଥ ହେଇସାରିଲେଣି ଏବଂ ୨,୨୬,୯୪୭ ଜଣ ଚିକିତ୍ସାଧୀନ ଅଛନ୍ତି I
ଆରୋଗ୍ୟ ହାର 59.51 ପ୍ରତିଶତକୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୧,୮୦,୨୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ୮୦୫୩ ଜଣଙ୍କର ମୃତ୍ୟୁ ହେଇଛି I
ତାମିଲନାଡୁ ରେ ମୋଟ ୯୪,୦୪୯ ଜଣ ଏବଂ ଦିଲ୍ଲୀ ରେ ୮୯,୮୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I

Comments are closed.