ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୧୫୩ କୁ ବୃଦ୍ଧି; ୨୪ ଘଂଟାରେ ୯୭ ହଜାର ୮୯୪ ଟି ନୂଆ କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୧୭: ଦେଶରେ ୨୪ ଘଂଟାରେ ୯୭ ହଜାର ୮୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧ ଲକ୍ଷ ୧୮ ହଜାର ୧୫୩ କୁ ବୃଦ୍ଧି ପାଇଛି I ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୮୨ ହଜାର ୭୧୯ ଜଣ ଏବଂ ଏହାସହିତ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୦ ଲକ୍ଷ ୨୫ ହଜାର ୭୯ ରେ ପହଂଚିଛି I
ସୁସ୍ଥତା ହାର ବୃଦ୍ଧି ପାଇ ୭୮.୬୪ ପ୍ରତିଶତ ରେ ରହିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧୩୨ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I ଦେଶରେ ଏ ପର୍ଯ୍ୟନ୍ତ କରୋନା ରେ ୮୩ ହଜାର ୧୯୮ ଜଣଙ୍କର ମୃତ୍ୟୁ ହେଇସାରିଲାଣି I
ଏବେ ମୋଟ ୧୦ ଲକ୍ଷ ୯ ହଜାର ୯୭୬ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.