ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୨୪: ଦେଶରେ ୨୪ ଘଂଟାରେ ୬୧ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ କୁ ବୃଦ୍ଧି ପାଇଛି I
ସେହିପରି ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫୭ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଏବଂ ସୁସ୍ଥ ହେଇସାରିଥିବା ମୋଟ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇ ୨୩ ଲକ୍ଷ ୩୮ ହଜାର ୦୩୫ ରେ ପହଂଚିଛି I
ଅଧିକରୁ ଅଧିକ କୋଭିଡ-19 ରୋଗୀ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଆରୋଗ୍ୟ ହାର ୭୫.୨୭ ପ୍ରତିଶତରେ ପହଞ୍ଚିଛି । ଏଥିସହିତ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୫ ପ୍ରତିଶତରେ ପହଞ୍ଚିଛି ।
୨୪ ଘଂଟାରେ ୮୩୬ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨ କୁ ବୃଦ୍ଧି ପାଇଛି I

Comments are closed.