ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୪୯ ଲକ୍ଷ କୁ ବୃଦ୍ଧି: ଗୋଟିଏ ଦିନରେ ୨୮,୬୩୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୨: ଭାରତରେ ୨୮,୬୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୪୯,୫୫୩ ରେ ପହଂଚିଛି I ସେଥିମଧ୍ୟରୁ ୨,୯୨,୨୫୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୫,୩୪,୬୨୦ ଜଣ ସୁସ୍ଥ ହେଇଛନ୍ତି I ଗତ ୨୪ ଘଂଟାରେ ୧୯,୨୩୫ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I
ସେହିପରି ୨୪ ଘଂଟାରେ ୫୫୧ ଜଣଙ୍କର ମୃତ୍ୟୁହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୨,୬୭୪ କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨,୪୬,୬୦୦ ରେ ପହଂଚିଛି I ସେଥିରୁ, ୧,୩୬,୯୮୫ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି ଏବଂ ଏ ପର୍ଯ୍ୟନ୍ତ ୧୦,୧୧୬ ଜଣଙ୍କର ମୃତ୍ୟୁ ହେଇଛି I
ତାମିଲନାଡୁ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୪,୨୨୬ ରେ ପହଂଚିଛି I ସେଥିରୁ, ୮୫,୯୧୫ ଜଣ ସୁସ୍ଥ ହେଇସାରିଥିବା ବେଳେ, ମୋଟ ୧,୮୯୮ ଜଣଙ୍କର ମୃତ୍ୟୁ ହେଇଛି I
ଦିଲ୍ଲୀ ରେ ଏ ପର୍ଯ୍ୟନ୍ତ ୧,୧୦,୯୨୧ ଜଣ କରୋନା ରେ ସଂକ୍ରମିତ ହେଇଛନ୍ତି I ସେଥିମଧ୍ୟରୁ, ୮୭,୬୯୨ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୩,୩୩୪ ଜଣଙ୍କର ମୃତ୍ୟୁ ହେଇଛି I
ଅନ୍ୟ ରାଜ୍ୟ ଗୁଡିକ ମଧ୍ୟରେ, ଗୁଜରାଟ ରେ ମୋଟ ୪୦,୯୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, କର୍ଣ୍ଣାଟକ ରେ ୩୬,୨୧୬ ଜଣ, ଉତ୍ତର ପ୍ରଦେଶ ରେ ୩୫, ୦୯୨ ଜଣ, ତେଲେଙ୍ଗାନା ରେ ୩୩,୪୦୧ ଜଣ, ୱେଷ୍ଟ ବେଙ୍ଗଲ ରେ ୨୮, ୪୫୩ ଜଣ, ଆନ୍ଧ୍ର ପ୍ରଦେଶ ରେ ୨୭, ୯୫୯ ଜଣ ଏବଂ ରାଜସ୍ତାନ ରେ ୨୩, ୭୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Comments are closed.