ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୭,୧୧୪ ଜଣ ଆକ୍ରାନ୍ତ

0

ଭୁବନେଶ୍ୱର : ଜୁଲାଇ ୧୧: ଭାରତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଗତ କାଲି ୨୬,୫୦୬ ଜଣ ଚିହ୍ନଟ ହେଇଥିବା ବେଳେ, ଆଜି ଚିହ୍ନଟ ହେଇଛନ୍ତି ୨୭,୧୧୪ ଜଣ I ଏହି ସଂଖ୍ୟାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ ରେ ପହଂଚିଛି I
ସେହିପରି, ଗତ ୨୪ ଘଂଟାରେ ୫୧୯ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୧୨୩ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଏବେ ୨,୮୩,୪୦୭ ଜଣ ଚିକିତ୍ସାଧୀନ ଅଛନ୍ତି I ତେବେ, ଦେଶରେ ଆରୋଗ୍ୟ ଲାଭ କରୁଥିବା
ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ଗତ ୨୪ ଘଂଟାରେ, ୧୯,୮୭୩ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି ଏବଂ ଏହାଦ୍ୱାରା , ଆରୋଗ୍ୟହାର ଶତକଡା ୬୨.୭ କୁ ବୃଦ୍ଧି ପାଇଛି I
ଏ ପର୍ଯ୍ୟନ୍ତ ୫,୧୫,୩୮୬ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଇଛନ୍ତି I ମହାରାଷ୍ଟ୍ର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୪୬୧ରେ ପହଂଚିଛି I ସେଥିରୁ, ୧,୩୨,୬୨୫ ଜଣ ସୁସ୍ଥ ହେଇସାରିଥିବା ବେଳେ, ୯୫,୯୪୩ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୯,୮୯୩ ଜଣଙ୍କର ମୃତ୍ୟୁ ହେଇଛି I
ତାମିଲନାଡୁ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୦,୨୬୧ I ସେଥିରୁ, ୮୨,୩୨୪ ଜଣ ସୁସ୍ଥ ହେଇ ଘରକୁ ଫେରିଥିବା ବେଳେ, ୪୬,୧୦୮ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୧,୮୨୯ ଜଣଙ୍କର ମୃତ୍ୟୁ ହେଇଛି I
ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୧୪୦ ରେ ପହଂଚିଛି I ୮୪,୬୯୪ ଜଣ ସୁସ୍ଥ ହେଇସାରିଥିବା ବେଳେ, ୨୧,୧୪୬ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ୩,୩୦୦ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.