ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ଟପିଲା; ସୁସ୍ଥ ହେଇଛନ୍ତି ୪୮ ଲକ୍ଷ ୪୯ ହଜାର ୫୮୪ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ସେପ୍ଟେମ୍ବର ୨୬: ଦେଶରେ ୨୪ ଘଂଟାରେ ୮୫,୩୬୨ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏହାକୁ ମିଶାଇ, ଭାରତ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୩ ହଜାର ୯୩୨ କୁ ବୃଦ୍ଧି ପାଇଛି I
୨୪ ଘଂଟାରେ ୯୩ ହଜାର ୪୨୦ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷ ୪୯ ହଜାର ୫୮୪ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି I ଜାତୀୟ ଆରୋଗ୍ୟ ହାରରେ ମଧ୍ୟ ବୃଦ୍ଧି ଜାରି ରହିଛି । ଆଜି ଏହି ହାର ୮୨.୧୪ ପ୍ରତିଶତରେ ପହଞ୍ଚିଛି ।
ଏବେ ୯ ଲକ୍ଷ ୬୦ ହଜାର ୯୬୯ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୨୪ ଘଂଟାରେ ୧୦୮୯ ଜଣଙ୍କ ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୯୩,୩୭୯ ରେ ପହଂଚିଛି I

Comments are closed.