ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ଟପିଲା; ୨୪ ଘଂଟାରେ ୯୨ ହଜାର ୬୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସେପ୍ଟେମ୍ବର ୨୦: ଦେଶରେ ୨୪ ଘଂଟାରେ ୯୨ ହଜାର ୬୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଏବଂ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଲକ୍ଷ ୬୧୯ କୁ ବୃଦ୍ଧି ପାଇଛି I
ଗତ ୨୪ ଘଂଟାରେ ୯୪ ହଜାର ୬୧୨ ଜଣ ସୁସ୍ଥ ହେଇଛନ୍ତି ଏବଂ ଏଥିସହ ମୋଟ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୪୩ ଲକ୍ଷ ୩ ହଜାର ୪୩ ରେ ପହଂଚିଛି I
କରୋନା ରେ ୨୪ ଘଂଟାରେ ୧୧ ଶହ ୩୩ ଜଣଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୮୬ ହଜାର ୭୫୨ କୁ ବୃଦ୍ଧି ପାଇଛି I
ଦେଶର ଆରୋଗ୍ୟ ହାର ଏବେ ୭୯.୬୮ ପ୍ରତିଶତ ଏବଂ ମୃତ୍ୟୁହାର ୧.୬୧ ପ୍ରତିଶତ ଅଛି I
ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୮ ହଜାର ୧୫ କୁ ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ର ପ୍ରଦେଶ ରେ ୬ ଲକ୍ଷ ୧୭ ହଜାର ୭୭୬, ତାମିଲନାଡୁ ରେ ୫ ଲକ୍ଷ ୩୬ ହଜାର ୪୭୭, କର୍ଣ୍ଣାଟକ ରେ ୫ ଲକ୍ଷ ୧୧ ହଜାର ୩୪୬ ଏବଂ ଉତ୍ତର ପ୍ରଦେଶ ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୮ ହଜାର ୫୧୭ ରେ ପହଂଚିଛି I

Comments are closed.