ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ଟପିଲା; ୨୪ ଘଂଟାରେ ୯୬ ହଜାର ୪୨୪ ଟି ନୂଆ କେଶ

ଭୁବନେଶ୍ୱର: ସେପ୍ଟେମ୍ବର ୧୮: ଦେଶରେ ୨୪ ଘଂଟାରେ ୯୬ ହଜାର ୪୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଲକ୍ଷ ୧୪ ହଜାର ୬୭୭ କୁ ବୃଦ୍ଧି ପାଇଛି I ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୮୭ ହଜାର ୪୭୨ ଜଣ ଏବଂ ଏହାସହିତ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୧ ଲକ୍ଷ ୧୨ ହଜାର ୫୫୧ ରେ ପହଂଚିଛି I
ସୁସ୍ଥତା ହାର ବୃଦ୍ଧି ପାଇ ୭୮.୮୬ ପ୍ରତିଶତ ରେ ରହିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୧୭୪ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I ଦେଶରେ ଏ ପର୍ଯ୍ୟନ୍ତ କରୋନା ରେ ୮୪ ହଜାର ୩୭୨ ଜଣଙ୍କର ମୃତ୍ୟୁ ହେଇସାରିଲାଣି I
ଏବେ ମୋଟ ୧୦ ଲକ୍ଷ ୧୭ ହଜାର ୭୫୪ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.