ଦେଶରେ କମୁଛି ସଂକ୍ରମଣ, ଆଜି ୩୮,୧୬୪ ସଂକ୍ରମିତ ଚିହ୍ନଟ

ଦିଲ୍ଲୀ: ଜୁଲାଇ ୧୯: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ ୨୪ ଘଣ୍ଟା ମଧ୍ୟରେ କମିଛି । ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧, ୧୫୭ ରହିଥିଲା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୮, ୧୬୪ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୬୬୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍‌ ସୁସ୍ଥ ସଂଖ୍ୟା ୩ କୋଟି ୦୩ ଲକ୍ଷ ୦୮ ହଜାର ୪୫୬ ରହିଛି । ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୭. ୩୨ ପ୍ରତିଶତ ହୋଇଛି ।
ଅନ୍ୟପକ୍ଷେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୯୯ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ମୃତୁ୍ୟସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮କୁ ବୃଦ୍ଧି ପାଇଛି।
ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ୪ ଲକ୍ଷ ୨୧ ହଜାର ୬୬୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତିି । ସେହିପରି ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୮ ପ୍ରତିଶତ ରହିଥିଲା ବେଳେ, ଦୈନିକ ସଂକ୍ରମଣ ହାର ୨.୬୧ ପ୍ରତିଶତ ରହିଛି।

Comments are closed.