ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା; ୨୪ ଘଂଟାରେ ୫୪,୦୪୪ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅକ୍ଟୋବର ୨୧: କିଛି ଦିନ ହେଲା, ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିବା ରେ ଲାଗିଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଗତ ୨୪ ଘଂଟାରେ ୫୪,୦୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୭୧୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I
ଆଜି ସୁଦ୍ଧା, ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୭ ରେ ପହଂଚିଛି I ସେହିପରି ଏ ପର୍ଯ୍ୟନ୍ତ କରୋନା ରେ ଏକ ଲକ୍ଷ ୧୫ ହଜାର ୯୧୪ ବ୍ୟକ୍ତି ପ୍ରାଣ ହରାଇଛନ୍ତି I
୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୬୧ ହଜାର ୭୭୫ ଜଣ କରୋନା ସଂକ୍ରମିତ ଏବଂ ଏଥିସହ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୬୭ ଲକ୍ଷ ୯୫ ହଜାର ୧୦୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଲେଣି I ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ 88.81 ପ୍ରତିଶତରେ ପହଞ୍ଚିଛି ।

ଦେଶରେ ମୃତ୍ୟୁ ହାର ମଧ୍ୟ କମିବାରେ ଲାଗିଛି I ଆଜି ଏହି ହାର ୧.୫୧ ପ୍ରତିଶତ ରହିଥିବା ବେଳେ କ୍ରମାଗତ ଭାବେ ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । ବିଶ୍ଵରେ ଭାରତ ଏକମାତ୍ର ଦେଶ ଯେଉଁଠି ସର୍ବାଧିକ ରୋଗୀ ସୁସ୍ଥ ହେଉଥିବା ବେଳେ ମୃତ୍ୟୁ ହାର ସର୍ବନିମ୍ନ ରହିଛି ।

It should be clarified that Relislim is produced under two different names Relislim Herbal and RelislimS6. viagra 100mg Since information about ingredients included in RelislimS6 is unavailable, the mechanism of action of this drug is unknown.

Comments are closed.