ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୦୮,୯୯୩ ଜଣ ସଂକ୍ରମିତ ହେଇସାରିଲେଣି

0

ଭୁବନେଶ୍ୱର: ଜୁନ ୧୩: ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସୂଚନା ଅନୁସାରେ, ‘ 24 ଘଣ୍ଟା ମଧ୍ୟରେ ମୋଟ 7,135 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହିପରି, ଏପର୍ଯ୍ୟନ୍ତ ସମୁଦାୟ 1,54,329 କୋଭିଡ-19 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କୋଭିଡ-19 ରୋଗୀଙ୍କ ମଧ୍ୟରେ ଆରୋଗ୍ୟ ଲାଭ ହାର 49.95% । ବର୍ତ୍ତମାନ କୋଭିଡ-19 ସକ୍ରିୟ ରୋଗୀଙ୍କ ସଂଖ୍ୟା 1,45,779 ଏବଂ ସମସ୍ତେ ସକ୍ରିୟ ଡାକ୍ତରୀ ତତ୍ତ୍ୱାବଧାନରେ ଅଛନ୍ତି ।’
ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୦୮,୯୯୩ ଜଣ ସଂକ୍ରମିତ ହେଇଛନ୍ତି I
ମୃତ୍ୟୁ ସଂଖ୍ୟା ୮୮୮୪ ରେ ପହଂଚିଛି I
ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷଣ କ୍ଷମତା କ୍ରମାଗତ ଭାବେ ବୃଦ୍ଧି ପାଇଛି । ସରକାରୀ ପରୀକ୍ଷାଗାର ସଂଖ୍ୟା 642କୁ ଏବଂ ବେସରକାରୀ ପରୀକ୍ଷାଗାର ସଂଖ୍ୟା 243କୁ ବୃଦ୍ଧି କରାଯାଇଛି (ମୋଟ 885) । ଗତ 24 ଘଣ୍ଟା ମଧ୍ୟରେ 1,43,737 ନମୁନା ପରୀକ୍ଷା କରାଯାଇଛି ଏବଂ ଏହାକୁ ମିଶାଇ ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିବା ମୋଟ ନମୁନା ସଂଖ୍ୟା 55,07,182 ।

Leave A Reply

Your email address will not be published.