ଦୂତୀ ପାଇବେ ଅର୍ଜୁନ

ଭୁବନେଶ୍ୱର, ଅଗଷ୍ଟ ୧୯: ସ୍ପ୍ରିଣ୍ଟ୍‌କ୍ୱିନ୍‌ ଦୂତୀ ଚାନ୍ଦ ଚଳିତବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ଦ୍ୱାରା ଚୟନ କରାଯାଇଥିବା ୨୯ ଜଣିଆ ତାଲିକାରେ ଦୂତୀ ସ୍ଥାନ ପାଇଛନ୍ତି । ଓଡ଼ିଶାର ନବମ ଆଥଲେଟ୍‌ ଭାବେ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଖବର ପାଇବା ପରେ ଦୂତୀ ଭାବବିହ୍ୱଳ ହୋଇଉଠିଛନ୍ତି । ପ୍ରତିକ୍ରିୟାରେ ଦୂତୀ କହିଛନ୍ତି- ଅର୍ଜୁନ ପୁରସ୍କାର ପାଇବା ସହଜ କଥା ନୁହେଁ । ଅନେକ ସଫଳତା ହାସଲ ପରେ ଯାଇ ଏଭଳି ସୌଭାଗ୍ୟ ମିଳିଥାଏ । ମୁଁ ଗତ ୫ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରିଆସିଥିଲି । ଯାହାର ପରିଣାମ ଆଜି ମୋତେ ମିଳିଛି ।

Comments are closed.