ଦୁର୍ଦ୍ଦଶା ଭୋଗୁଛନ୍ତି ବୁଣାକାର!

ସମୟ ଲାଇଭ, 10/4:କରୋନା ଏବେ ଆତଙ୍କ ସୃଷ୍ଟି କରିବା ଫଳରେ ସରକାର ଏବେ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ର ଗରଦପୁର ବ୍ଲକ ର ଶହ ଶହ ବୁଣାକାର କାରିଗର ଓ ତାଙ୍କ ପରିବାର ଦୁଃଖରେ ହତାଶ ହୋଇପଡିଛନ୍ତି । ଏପରିକି କିଭଳି ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତା ରେ ପଡିଛନ୍ତି । ଗୋଟିଏ ଲୁଗା ଵୁଣିଲେ ଅନୁନ୍ୟ ଦୁଇ ଦିନ ପରିବାର ଙ୍କୁ ଲାଗି ଥାଏ । ତାହା ଛଡା ଲୁଗା ବୁଣିବା ପାଇଁ ଯେଉଁ କଞ୍ଚା ମାଲ ଦରକାର ତାହା ଆସି ପାରୁନାହିଁ । ଏହାଛଡା ପାଖରେ ଯେଉଁ କଞ୍ଚା ମାଲ ଥିଲା ତାହା ସରିବାକୁ ବସିଲାଣି । ଖାଲି ସେତିକି ନୁହେଁ ବେପାରୀ ଆସି ପାରୁନଥିବାରୁ ପାଖରେ ଥିବା ଲୁଗା ବିକ୍ରି ହୋଇପାରୁନି । ଏପରିକି ପାଖରେ ଗଛିତ ଅର୍ଥ ମଧ୍ୟ ସରିଗଲାଣି । ସରକାର ଯେଉଁ ଆଗୁଆ ରାସନ୍ ଓ ହଜାର ଟଙ୍କା ଦେଇଥିଲେ ତାହା ମଧ୍ୟ ସମୁଦ୍ର କୁ ଶଙ୍ଖେ ଭଳି । ଏବେ ପରିବାର ପ୍ରତିପୋଷଣ କରିବା ହୋଇପଡିଲାଣି । ତେବେ ସେମାନେ ଙ୍କ ଦାବି ବୁଣାକାର ଙ୍କ ପାଇଁ ଯେଉଁ ଯୋଜନା ରହିଛି ତାହା ପ୍ରଦାନ କରିଵା ସହ ଜୀବନ ବୀମା ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଏହି ଛଡ଼ା ସରକାର ସବୁ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଅନେକ ଯୋଜନା କରୁଥିବାବେଳେ ବେଳେ ବୁଣାକାରମାନଙ୍କ ପାଇଁ ଆଖି ବନ୍ଦ କରିଦେଇଛନ୍ତି । ତେଣୁ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନେ ଦାବି କରିଛନ୍ତି |

Comments are closed.