ଦୁର୍ଗା ପୂଜା ପାଇଁ ଓଡିଶା ସରକାରଙ୍କ ମାର୍ଗ ଦର୍ଶିକା

ଭୁବନେଶ୍ୱର: ସେପ୍ଟେମ୍ବର ୧୧:  ଓଡ଼ିଶାରେ ପର୍ବ ପର୍ବାଣି ର ସମୟ ଆସୁଛି I ପ୍ରାୟ ଦୁର୍ଗା ପୂଜା ଠାରୁ, ଓଡ଼ିଶାରେ ଆରମ୍ଭ ହେଇଯାଏ ପାର୍ବଣ ର ଋତୁ I ତେବେ କରୋନା କେଶ ଦିନକୁ ଦିନ ବଢି ଚାଲିଥିବାରୁ, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଏଥର ଫିକା ପଡ଼ିଯିବ I
ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା ଭଳି ଉତ୍ସବ ପାଳନ କରାଯିବା ନେଇ ଗୋଟିଏ ମାର୍ଗ ଦର୍ଶିକା ଘୋଷଣା କରିଛନ୍ତି I ସରକାର ଙ୍କ ପକ୍ଷରୁ କୁହାଯାଇଚଛି, ସମସ୍ତ ପ୍ରକାରର ପୂଜା ଘର ଭିତରେ ପୂଜା କରାଯିବା ଭଳି ପରିବେଶରେ ହେବ I ପୂଜା କେବଳ ବିଧି ରକ୍ଷା କରାଯିବା ଉଦ୍ଦେଶ୍ୟରେ କରାଯିବ I ପୂଜା ମଣ୍ଡପ ରେ ଜନଗହଳି କୁ ସମ୍ପୂର୍ଣ ବାରଣ କରାଯାଇଛି I ଆଡମ୍ବର ହୀନ ଏବଂ ଜନଗହଳି ମୁକ୍ତ ପରିବେଶରେ କୋଭିଡ କଟକଣା କୁ କଡାକଡି ଭାବରେ ପାଳନ କରାଯାଇ ପୂଜା କରାଯିବ I ପୂଜା ପାଣ୍ଡାଲଗୁଡିକ ତିନି ପାର୍ଶ୍ୱରେ ଆଚ୍ଛାଦିତ ହେବ ଏବଂ ଚତୁର୍ଥ ପାର୍ଶ୍ୱକୁ କିଛି ମାତ୍ରା ରେ ଆଚ୍ଛାଦିତ କରାଯିବ ଯେପରି ମୂର୍ତ୍ତିଗୁଡ଼ିକ ଦେଖା ଯିବ ନାହିଁ I ଆହୁରି ମଧ୍ୟ କୁହାଯାଇଛି ଯେ, ମୂର୍ତ୍ତି ର ଉଚ୍ଚତା ୪ ଫୁଟ ରୁ ଅଧିକ ହେବ ନାହିଁ ଏବଂ ଡ଼ାକବାଜି ଯନ୍ତ୍ର ବ୍ୟବହାର କରାଯିବ ନାହିଁ I ମଣ୍ଡପ ଗୁଡିକ ରେ ଆୟୋଜକ (କର୍ତ୍ତା), ପୂଜକ ଙ୍କୁ ମିଶାଇ ୭ ଜଣ ରୁ ଅଧିକ ଲୋକ ରହିବେ ନାହିଁ I
ବିସର୍ଜନ ପାଇଁ ମଧ୍ୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ I
ପୂଜା ପାଣ୍ଡାଲ / ମଣ୍ଡପରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ପରିମଳର ସମସ୍ତ କୋଭିଡ ପ୍ରୋଟୋକଲ ଅନୁସରଣ କରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।
ପୂଜା କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଅନ୍ୟ କୌଣସି authorized ଅଧିକାରୀଙ୍କଠାରୁ ଆବଶ୍ୟକ ଅନୁମତି ଗ୍ରହଣ କରାଯିବା ଦରକାର I

କଟକ ଏବଂ ଭୁବନେଶ୍ୱର ପାଇଁ ପୋଲିସ କମିଶନର ବା କୌଣସି କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଏପରି ଅନୁମତି ଦିଆଯିବ।

It can also cause asthenia, i. cialis online Moreover, Cerazette is not advised for some women, who have the following risk factors, whether existing, known, or in the past: Do not take Cerazette pill if Scalable venous thromboembolism Intermittent vaginal bleeding whose origin is unknown Risk or existence of hormone-dependent cancers breast, uterine stimulated by progestin hormonal secretions Liver disorders in the form of diseases or tumours, or just if liver function is not normal Hypersensitivity to excipients of Cerazette or its active principle itself.

Comments are closed.