ଦୁଇ ଭଉଣୀ ଏକାଠି କାମ କରିବେ

ଦିଲ୍ଲୀ: ଜୁଲାଇ ୨୪: ଅଭିନେତ୍ରୀ କରିସ୍ମା କପୁର ଓ କରୀନା କପୁର ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଗୁଡ୍‌ ନୁ୍ୟଜ୍‌ । ଖୁବଶୀଘ୍ର ଉଭୟ ଭଉଣୀ ଫିଲ୍ମରେ ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ତାଙ୍କର ଆଗାମୀ ପ୍ରୋଜେକଫ ପାଇଁ କରିସ୍ମା ଏବଂ କରୀନା ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି । ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର-୨ର ନିର୍ଦ୍ଦେଶକ ପୁନୀତ ମଲହୋତ୍ରା ଉଭୟ ଭଉଣୀଙ୍କୁ ଏହି ଫିଲ୍ମରେ ସାଇନ୍‌ କରାଇଛନ୍ତି । ନିକଟରେ ସୁଟିଂ ସେଟ୍‌ରୁ ଦୁହେଁଙ୍କ କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ ବହୁତ ଗ୍ଲାମରସ୍‌ ଦେଖାଯାଉଛନ୍ତି । ଦୁଇ ଭଉଣୀ ନିଜ ନିଜ ସୋସିଆଲ ମିଡିଆରେ ସେଟ୍‌ର ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ବଡ଼ ଭଉଣୀ କରିସ୍ମା କରୀନଙ୍କ ସହ ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ରେଡ୍‌ ହାର୍ଟର ଇମୋଜି ସହ ଲେଖିଛନ୍ତି ଯେ, ବେବୋ ସହ ସ୍ପେଶାଲ ସୁଟିଂ, ଆଗକୁ କିଛି ରୋମାଞ୍ଚକର ଆସୁଛି । କପୁର ସିଷ୍ଟରଙ୍କ ଲୁକ୍‌କୁ ପ୍ରଶଂସକଙ୍କମାନେ ବହୁତ ପସନ୍ଦ କରିଛନ୍ତି । କରୀନା କପୁର ଖୁବଶୀଘ୍ର ଆମିର ଖାନଙ୍କ ଫିଲ୍ମ ଲାଲ୍‌ ସିଂହ ଚzାରେ ନଜର ଆସିବେ । ସେପଟେ କରିସ୍ମା କପୁର ଗତ ବର୍ଷ ୨୦୨୦ରେ ମେଣcାଲ୍‌ହୁଡ୍‌ ନାମକ େୱବ୍‌ସିରିଜ୍‌ରେ କାମ କରିଥିଲେ ।

Comments are closed.