ଦୀର୍ଘ ଦିନ ପରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହଜାର ତଳକୁ ରହିଛି କରୋନା ସଂକ୍ରମଣ

ଭୁବନେଶ୍ୱର: ଅଗଷ୍ଟ ୯: କିଛି ଦିନ ହେବ ରାଜ୍ୟରେ ହଜାର ଉପରକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଥିଲା । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମି ହଜାର ତଳକୁ ରହିଛି । ଯାହା ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୬,୦୬୩ ଜଣଙ୍କ ସ୍ୱାବ ଟେଷ୍ଟ ମଧ୍ୟରୁ ୮୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୭୪ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୯ଲକ୍ଷ ୮୭ ହଜାର ୯୫୬ ଜଣ ଆକ୍ରାନ୍ତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟାରେ ୧,୪୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୬୯ ହଜାର ୯୧୬ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୮୬ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୬୬ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୬ ହଜାର ୫୦୧ ଜଣଙ୍କ ମୃତ୍ୟ ହୋଇସାରିଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଦ୍ୱିତୀୟ ସ୍ଥାନରେ ରହିଛି କଟକ । କଟକରୁ ଆଜି ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଗତ ୨୪ଘଣ୍ଟାରେ ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନ୍ୟ ଜିଲ୍ଲାମାନଙ୍କରୁ, ଯଥା-ଅନୁଗୁଳରୁ ୩୨, ବାଲେଶ୍ୱରରୁ ୬୨, ବରଗଡ଼ରୁ ୮, ଭଦ୍ରକରୁ ୩୧, ବୌଦ୍ଧରୁ ୨, ଦେଓଗଡ଼ରୁ ୨, ଢ଼େଙ୍କାନାଳରୁ ୧୧, ଗଜପତିରୁ ୪, ଗଞ୍ଜାମରୁ ୮, ଜଗତସିଂହପୁରରୁ ୫୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩, କଳାହାଣ୍ଡିର ୧୧, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୩୩, କେନ୍ଦୁଝରରୁ ୧୮, କୋରାପୁଟରୁ ୭, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ପୁରୀରୁ ୫୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୨ ଏବଂ ଷ୍ଟେଟ ପୁଲରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.