ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ISIS ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଅଗଷ୍ଟ ୨୨: ଦିଲ୍ଲୀ ପୋଲିସ ର ସ୍ପେସିଆଲ ସେଲ ଜଣେ ISIS ଆତଙ୍କବାଦୀକୁ ଗିରଫ କରିଛି I ଗିରଫ ଏହି ଆତଙ୍କବାଦୀ ର ନାଁ ୟୁସୁଫ ବୋଲି ଜଣାପଡିଛି I ଏହି ଆତଙ୍କବାଦୀ କୁ ଶନିବାର ସକାଳୁ ପଚରାଉଚୁରା କରୁଛି ପୋଲିସ I
ଶୁକ୍ରବାର ରାତି ରେ ହୋଇଥିବା ଗୁଳି ବିନିମୟରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିଥିଲେ ଏବଂ ତା ଠାରୁ କିଛି କିଛି ଅସ୍ତ୍ରଶସ୍ତ୍ର  ଜବତ କରାଯାଇଛି I
ଦିଲ୍ଲୀର ଡେପୁଟି କମିସନର ପ୍ରମୋଦ ସିଂ କୁସୱାହା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଧଉଳା କୁଆଁ ଓ କରୋଲ ବାଗ ମଧ୍ୟରେ ଥିବା Ridge ରୋଡ଼ ଅଂଚଳରେ କିଛି ସମୟର ଗୁଳି ବିନିମୟ ପରେ ଦିଲ୍ଲୀ ପୁଲିସ୍‌ ଜଣେ ଆତଙ୍କବାଦୀକୁ ଗିରଫ କରିବା ସହ ତା ଠାରୁ IED ଜବତ କରିଛି I ‘
NSG , Bomb Disposal Squad ଓ Dog Squad ସେଠାରେ ପହଂଚି IED ଗୁଡିକୁ ନଷ୍ଟ କରିଥିଲେ I (IANS)

Comments are closed.