ଦଳରୁ ଯୋଗ ମାଟ୍‌

0

ଦିଲ୍ଲୀ: ସେପ୍‌ଟେମ୍ବର ୩: ସାଧାରଣତଃ ପୋଖରୀ ହେଉ କିମ୍ବା କୌଣସି ଜମା ହୋଇଥିବା ପାଣି କିମ୍ବା ନଈ ସବୁଠି ଦଳ ହୋଇଥାଏ । ଏହି ଦଳ ହେଲେ ପାଣି ଅପରିଷ୍କାର ହେବା ସହିତ ମାଛମାନଙ୍କୁ ଅମ୍ଳଜାନ ମିଳିନଥାଏ । କାରଣ ଏହି ଦଳ ପାଣିରୁ ସମସ୍ତ ଅମ୍ଳଜାନ ଗ୍ରହଣ କରିନେଇଥାଏ । ତେବେ ଏହି ସମସ୍ୟାର ସମାଧାନ ମଧ୍ୟ କଷ୍ଟ । ଆସାମର ‘ଦିପୋର ବିଲ୍‌’ ହ୍ରଦରେ ଦଳ ସମସ୍ୟା ଅନେକ ଦିନ ଧରି ଲାଗି ରହିଥିଲା । ଯେଉଁ କାରଣରୁ ଏଠାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ତେବେ ଏହି ସମସ୍ୟାର ଏକ ସମାଧାନ କାଢିଛନ୍ତି କିଛି ସ୍ଥାନୀୟ ଯୁବତୀ । ୬ଜଣ ସାଙ୍ଗ ମିଶି ଏହି ଦଳରୁ ପ୍ରସ୍ତୁତ କରୁଛନ୍ତି ଯୋଗ ମାଟ୍‌ । ଯୁବତୀ ମାନେ ଏହି ପ୍ରୋଜେକଫର ନା ରଖିଛନ୍ତି ‘ସୀମାଙ୍ଗ’ । ତେବେ ଏହି ପ୍ରକଳ୍ପ ପାଇଁ ଯୁବତୀଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ପ୍ରାୟ ଏକବର୍ଷର ପରିଶ୍ରମ ପରେ ସେମାନଙ୍କୁ ସଫଳତା ମିଳିଛି । ଏହି ମାଟ୍‌ର ନାମ ସେମାନେ ଏକ ପ୍ରବାସୀ ପକ୍ଷୀ ପର୍ପଲ୍‌ ମୋହରେନ୍‌ ରଖିଛନ୍ତି । ଏଥିରେ ତାଙ୍କୁ ଅନ୍ୟ ଦୁଇ ଜଣ ମଧ୍ୟ ସାହାଯ୍ୟ କରୁଛନ୍ତି । ଗୋଟିଏ ମାଟ୍‌ ପ୍ରସ୍ତୁତ କରିବାକୁ ଏହି ଯୁବତୀଙ୍କୁ ୩ ସପ୍ତାହ ଲାଗୁଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ପ୍ରାୟ ୩୮ ଜଣ ମହିଳା ଯୋଡି ହୋଇଛନ୍ତି । ତେବେ ଏହାକୁ ପ୍ରସ୍ତୁତ କରିବାର ପ୍ରକ୍ରିୟା ମଧ୍ୟ ସ୍ୱତନ୍ତ୍ର । ପ୍ରଥମେ ପାଣିରୁ ଦଳକୁ କଢାଯାଇ ଖରାରେ ଶୁଖାଯାଇଥାଏ । ଶୁଖିବା ପରେ ଏହାର ଡାଳକୁ ସୂତାରେ ବୁଣା ଯାଇଥାଏ । ତେବେ ୧୨ରୁ ଅଧିକ ଦଳ ଶୁଖିବା ପରେ ୨ରୁ ୩ କିଗ୍ରା ହୋଇଯାଇଥାଏ । ଗୋଟିଏ ଯୋଗ ମାଟ୍‌ର ଦାମ୍‌ ୧୨୦୦ରୁ ୧୫୦୦ ଟଙ୍କା ରହିଛି ।

Leave A Reply

Your email address will not be published.