ତୃତୀୟ ସେଟ୍‌ ଖୋଲିଲେ ସୀତାରମଣ; କୃଷି ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ

By Papu Mohanty

ଭୁବନେଶ୍ୱର : May 15: ଆତ୍ମର୍ନିଭର ଭାରତ ଅଭିଯାନର ତୃତୀୟ ସେଟ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଦ୍ୱିତୀୟ ସେଟ୍‌ରେ ପ୍ରବାସୀ ଶ୍ରମିକମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲାବେଳେ ତୃତୀୟ ସେଟ୍‌ରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯାଇଛି । କୃଷିକୁ ଅଧିକ କ୍ରୀୟାଶୀଳ କରିବାକୁ ୧ ଲକ୍ଷ କୋଟି ଘୋଷଣା, ଏହାର ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଶୀତଳ ଭଣ୍ଡାର ନିର୍ମାଣ ନିମନ୍ତେ ଏହି ଟଙ୍କା ବିନିଯୋଗ ହେବ । ଅଧିକ ଶୀତଳ ଭଣ୍ଡାର, ଗୋଦାମ ନିର୍ମାଣ, ପ୍ରାଥମିକ ସମବାୟ ସମିତି, କୃଷକ ସମିତି ପାଇଁ ଉକ୍ତ ଅର୍ଥ ଏହି ଟଙ୍କା ବ୍ୟୟ ହେବ । ମତ୍ସ୍ୟଚାଷ ପାଇଁ ୨୦ ହାଜର କୋଟି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଓ ପଶୁପାଳନ ଯୋଜନାରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆଗାମୀ ଦିନରେ ୫୫ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ରୋଜଗାର ମିଳିବ ବୋଲି ଆକଳନ କରାଯାଇଛି । ମହୁ ଚାଷ ପାଇଁ ୫୦୦ କୋଟି ଘୋଷଣା । ମହୁଚାଷ ଲୋକାରୁ ଗ୍ଲୋବାଲ ହେବ । ୨ ଲକ୍ଷ ମହୁଚାଷୀ ଫାଇଦା ପାଇବେ । ଏହାଦ୍ୱାରା ଗ୍ରାମାଞ୍ଚଳର ମହିଳାମାନେ ବି ଆତ୍ମନିର୍ଭରଶୀଳ ହେବେ ବୋଲି ନିର୍ମଳା ଶୀତାରମଣ କହିଛନ୍ତି । ସ୍ଥାନୀୟ ଉତ୍ପାଦକୁ ଅଗ୍ରାଧିକାର ଦେବାକୁ ୧୦ ହଜାର କୋଟି ଅନୁଦାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

Comments are closed.