ତିହିଡି : କାନ୍ଥ ପଡି ୩ମାସର ଶିଶୁପୁତ୍ର ମୃତ : ଭାଙ୍ଗିଲା ଶହଶହ ଗଛ, ବିଜୁଳି ଖୁଣ୍ଟ ଓ କଚାଘର

Reported by Umakalyan Mohapatra

ତିହିଡି:୨୦ ।୦୫(ସବ୍ୟୁ):ବାତ୍ୟା ‘ଆମ୍ପନ’ପ୍ରଭାବରେ ତିହିଡି ବ୍ଳକର ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରକୋପରେ ବ୍ଲକର ଶତାଧକ ଚାଳଛପର ଘର ଭାଙ୍ଗି ରୁଜି ଯାଇଥିବା ବେଳେ ଶହଶହ ବିରାଟକାୟ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ପଡିଛି । ତେବେ ବାତ୍ୟା ଦାଉରେ ଗତକାଲି ରାତିରେ ତିହିଡି ଥାନା ଅନ୍ତର୍ଗତ କାଁପଡା ପଞ୍ଚାୟତର ନୂଆକୂଳସାହି ଗାଁର ବଳରାମ ଦାସଙ୍କ ୩ମାସର ଶିଶୁପୁତ୍ର ଉପରେ ମାଟିକାନ୍ଥ ଭୂଷୁଡି ପଡିବାରୁ ତା’ର ଶୋଚନୀୟ ମୃତ୍ୟୁ ଘଟିଛି । ସେହିପରି ବାତ୍ୟା ପ୍ରଭାବରେ ଗଛ, ବିଜୁଳି ଖୁଣ୍ଟି ଉପୁଡି ଯାତାୟତ ରାସ୍ତା ଗୁଡିକ ବାଧାପ୍ରାପ୍ତ ହୋଇଛି ।

Comments are closed.