ତାଲିବାନୀ ହ୍ୱିପ୍‌: ଛାତ୍ରୀଙ୍କୁ ପାଠ ପଢ଼ାଇବେନି ପୁରୁଷ ଶିକ୍ଷକ

0

କାବୁଲ: ଅଗଷ୍ଟ ୩୦: ଆଫଗାନିସ୍ତାନର ସତ୍ତାରେ ତାଲିବାନ ଆସିବା ପରେ ସେଠାକାର ଶାସନ ନିୟମ ବଦାଳାଇ ଦେଇଛି । ଆଫଗାନିସ୍ତାନର ଏକ ଅଞ୍ଚଳରେ ଟେଲିଭିଜନ ଓ ରେଡିଓରେ ମହିଳାଙ୍କ ସ୍ୱର ସମେତ ମହିଳାଙ୍କ ସଙ୍ଗୀତ ପରିବେଷଣକୁ ରୋକ୍‌ ଲଗାଇଲା ପରେ, ଏବେ ଶିକ୍ଷା କ୍ଷେତ୍ରରେ ତାଲିବାନ ଆଖି ପକାଛି । ଶିକ୍ଷା କ୍ଷେତ୍ରରେ ଚଳୁଥିବା ସମସ୍ତ ନିୟମ ତାଲିବାନ ବଦଳାଇବା ସହିତ ଛାତ୍ରୀମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପାଠ ପଢ଼ାଇପାରିବେ ନାହିଁ ବୋଲି ନିୟମ କରିଛି । ଅନ୍ୟପକ୍ଷରେ ତାଲିବାନକୁ ଡ଼ରି ବହୁ ମହିଳା ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଆଉ କେତେକ ମହିଳା ଘରେ ଗୃହବନ୍ଦୀ ଭଳି ଜୀବନଯାପନ କରୁଛନ୍ତି । ଏହିଭଳି ପରିସ୍ଥିତିରେ ଛାତ୍ରୀମାନଙ୍କୁ ପାଠ ପଢ଼ାଇବ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ନିକଟରେ ତାଲିବାନ ଅଫଗାନିସ୍ତାନର କାନ୍ଦାହାରରେ ସମସ୍ତ ଟେଲିଭିଜନ୍‌ ଓ ରେଡିଓ ଚ୍ୟାନେଲରେ ସଙ୍ଗୀତ ପରିବେଷଣ ଏବଂ ମହିଳାଙ୍କ ସ୍ୱର ଉପରେ ପ୍ରତିବନ୍ଧକ ଲଗାଇଛି । ଏହାପରେ କିଛି ଗଣମାଧ୍ୟମିକ ସଂସ୍ଥା ଡ଼ରରେ ମହିଳା ଉପସ୍ଥାପିକ ହଟିଯାଇଥିବା ବେଳେ ଆଜି ଏଭଳି ଖବର ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ, ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦିଆଯିବ ବୋଲି ତାଲିବାନ କହିଛି ।

Leave A Reply

Your email address will not be published.